

ସଦ୍ୟ ସମାପ୍ତ ହେଇଥିବା ଜେଈଇ ଓ ନିଟ ପରୀକ୍ଷାରେ ହଜାର ହଜାର ଗରୀବ ମେଧାବୀ ପରୀକ୍ଷାର୍ଥୀ ବଞ୍ଚିତ ହେବାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି ସାମାଜିକ ସଂଗଠନ “ଆମ ଜନତା ଅଧିକାର” । ଗତ ଅଗଷ୍ଟ ୨୭ତାରିଖରେ ଜେଇଇ ଓ ନିଟ ଉପଲକ୍ଷେ ଧାରଣାରେ ବସିଥିବା ସଂଗଠନର କର୍ମକର୍ତ୍ତାମାନେ କୋଭିଡ ଓ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଓ ସୁବନ୍ଦୋବସ୍ତ କରି ପରୀକ୍ଷାକୁ ପୁନଃ ତାରିଖ ନିର୍ଧାରଣ କରିବାକୁ ଦାବୀ କରି ଧାରଣା ଦେଇଥିଲେ ।